The Topmost

“The eyes believe themselves, the ears believe other people.”

ବାଇକ୍ ଯାତ୍ରୀ ପରିବହନ ନିଷେଧ

ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି । ଏହି ଆଇନ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କା ଜରିମାନା ପଡ଼ିବ ବୋଲି ଉକ୍ତ ଆଇନରେ ଉଲ୍ଲେଖ ଅଛି । ଏହି ଆଇନ ଉଲ୍ଲଂଘନ କରି ପ୍ରଥମ ଥର ଧରାପଡ଼ିଲେ ଉଲ୍ଲଂଘନକାରୀଙ୍କୁ ୫୦୦୦ ଟଙ୍କା ଓ ଦ୍ବିତୀୟବାର ୧୦,୦୦୦ ଟଙ୍କା ଜରିମାନା ସହିତ ବର୍ଷେ କାରାଦଣ୍ଡାଦେଶ ହେବ ବୋଲି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି ବିଜ୍ଞପ୍ତିରେ ପରିବହନ ବିଭାଗ ସତର୍କ କରାଇ ଦେଇଛି । ଏହାଛଡ଼ା, ଧରାପଡ଼ିଥିବା ଚାଳକ ମଧ୍ୟ ୩ ମାସ ପାଇଁ ତାଙ୍କ ଲାଇସେନ୍‌ସ୍‌ ହରାଇବେ ।