ବାଇକରେ ବୁଲିବାକୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଥମେ ଲଦାଖ ଗସ୍ତରେ ଅଛନ୍ତି ରାହୁଲ । କେଟିଏମ ବାଇକ ସହ ହେଲମେଟ ପିନ୍ଧିଥିବା ଲୁକରେ ନଜର ଆସିଛନ୍ତି ରାହୁଲ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍’ରେ ଫଟୋ ସେୟାର୍ କରି ରାହୁଲ୍ ଲେଖିଛନ୍ତି, ପାଙ୍ଗୋଙ୍ଗ୍ ହ୍ରଦ ଅଭିମୁଖେ ଯିବା ରାସ୍ତାରେ । ମୋ ବାପା କହୁଥିଲେ ଏହା ହେଉଛି ବିଶ୍ବର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ । ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ । ସେହିପରି, ଶୁକ୍ରବାର ଦିନ ରାହୁଲ୍ ଗାନ୍ଧୀ ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ରାହୁଲ୍ ସେ ଜିଲ୍ଲାରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ ମଧ୍ୟ ଦେଖିଥିଲେ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ