ବନ୍ଦେ ଭାରତ ଏକ୍ସ୍ରପ୍ରେସରେ ଲାଗିଲା ଗେରୁଆ ରଙ୍ଗ । ସେମି ସ୍ପିଟ୍ ଏକ୍ସପ୍ରେସ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ, ଏବେ ଏକ ନୂଆ ରଙ୍ଗରେ ନଜର ଆସିବ । ଗେରୁଆ ରଙ୍ଗରେ ରଙ୍ଗିନ ହୋଇଛି ଏହି ଟ୍ରେନ୍ । ଦେଶର ଜାତୀୟ ପତକାରୁ ଅନୁପ୍ରାଣିତ ହୋଇ ଟ୍ରେନକୁ ନୂଆ ରଙ୍ଗ ଦିଆଯାଇଛି । ଖୁବ ଶୀଘ୍ର ଏହି ଟ୍ରେନ ରାସ୍ତାରେ ଗଡ଼ିବ । ଚେନ୍ନାଇରେ ଥିବା ଇଂଟ୍ରିଗାଲ୍ କୋଚ୍ ଫ୍ୟାକ୍ଟ୍ରିକୁ ଯାଇ ନୂଆ ରଙ୍ଗର ଟ୍ରେନର ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବର୍ତମାନ ନୀଳ ଓ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଛି । କିନ୍ତୁ ଯେଉଁ ନୂଆ ଟ୍ରେନ ଆସିବ ସେଥିରେ କମଳା ରଙ୍ଗ ସହ ଧଳା ଓ କଳା ରଙ୍ଗରେ ଟ୍ରେନକୁ ରଙ୍ଗିନ କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସରେ କେଉଁ କେଉଁ ପରିବର୍ତନ କରିବାର ଆବଶ୍ୟକତା ରହିଛି, ସେ ନେଇ ଲୋକଙ୍କ ମତାମତ ନିଆଯାଇଥିଲା । ଲୋକଙ୍କ ମତାମତ ଆଧାରରେ ଟ୍ରେନର ରଙ୍ଗ ପରିବର୍ତନ, ଯାତ୍ରୀ ବଡ଼ା ଭଳି ୨୫ଟି ପରିବର୍ତନ କରାଯାଉଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍