ଡବଲ୍ ଇଂଜିନର ସ୍ବପ୍ନ ଏବେ ସିଙ୍ଗଲ ଇଂଜିନକୁ ଚାଲି ଆସିଲାଣି । ବିଜେପିର ମିଶନ୍-୧୨୦ ନାରା ଏବେ ବଦଳି ଯାଇଛି । ୨୦୨୪ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ଦଳର ନେତାଙ୍କ ମୁହଁରେ ଏବେ ୮୦ ପ୍ଳସ୍ ଭବିଷ୍ୟବାଣୀ । ଗଲା ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ଆଉ ଏବେକାର ରୂପାନ୍ତରଣ ସ୍ରୋତକୁ ଦେଖି ଚମକି ଯାଇଛି ରାଜ୍ୟ ବିଜେପି । ବଡ଼ ବଡ଼ ନେତାଙ୍କ ମୁହଁରୁ ସଂଖ୍ୟା ଗଣିତ ଉଭାନ ହୋଇ ଯାଇଥିବା ବେଳେ ଅନ୍ୟ ନେତା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଦଳର ଫଳାଫଳକୁ ସୀମିତ ରଖିଛନ୍ତି । ସେପଟେ ବିଜେପିର ଗଣିତ ଖାତାକୁ ଗପ ଖାତା କହିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ବିଧାୟକ ତାରାବାହାନୀ ପତି କହିଛନ୍ତି ସଂଖ୍ୟା କହିବାକୁ ବିଜେପିକୁ ଟ୍ୟାକ୍ସ ଲାଗୁନି । ୨୪ ମହାସମରରେ ଜନତା ଦେବେ ଜବାବ । ଭୋଟର କହିବେ କିଏ ପାସ୍ କିଏ ଫେଲ୍ । ସେପଟେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ଆକଳନ ବିଜେପି ନେତାଙ୍କୁ ଖୁବ୍ ହତୋତ୍ସାହିତ କଲା ଭଳି । କାରଣ ସେ କହିଛନ୍ତି ନିର୍ବାଚନ ଯେତେ ପାଖେଇ ଆସିବ, ବିଜେପିର ସଂଖ୍ୟା ଆକଳନ ସେତେ ସେତେ କମି ଆସିବ । ଆଉ ଫଳାଫଳ ଆସିବା ବେଳକୁ ଏ ସଂଖ୍ୟା ସାତ କିମ୍ବା ଆଠରେ ସୀମିତ ରହିବ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ