କଟକ ମହାନଗର ନିଗମ ଦ୍ଵାରା ପରିଚାଳିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ହରିଣ ପାର୍କ ଏବେ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛି । ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ଆସିଥିବା ୧୦ ଜଣିଆ ଅଭିଜ୍ଞ ଦଳ ଏହି କାର୍ଯ୍ୟରେ ଲାଗିଛନ୍ତି । ହରିଣଙ୍କ ସ୍ୱାସ୍ଥ ପରୀକ୍ଷା ପାଇଁ ଜଣେ ଡାକ୍ତର ମଧ୍ୟ ଅଛନ୍ତି । ହରିଣ ମାନଙ୍କୁ ନେବାକୁ ଖାଦ୍ୟ ଦିଆଯିବା ସହିତ ଏକ ତାରଘେରା ଗଳି ବାଟ କରାଯାଇଛି । ଖାଦ୍ୟ ଖାଇ ଖାଇ ସେମାନେ ରେସକ୍ୟୁ ଭ୍ୟାନକୁ ପ୍ରବେଶ କରୁଛନ୍ତି । ଗୋଟିଏ ଥରରେ ୧୩ ରୁ ୨୫ପର୍ଯ୍ୟନ୍ତ ହରିଣ ସ୍ଥାନାନ୍ତର ହେଉଛନ୍ତି । ବର୍ତ୍ତମାନ ପାର୍କରେ ପ୍ରାୟ ୨୪୦ରୁ ୨୫୦ ହରିଣ ଅଛନ୍ତି । ଚନ୍ଦକା ଅଭୟାରଣ୍ୟରେ ଏକ ସ୍ପେଶାଲ ଏକକ୍ଲୋଜରରେ ଛଡା ଯାଉଛି । ସେଠାରେ ଏକ ବିସ୍ତ୍ରିର୍ଣ୍ଣ ଅଞ୍ଚଳରେ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସ୍ଥାନାନ୍ତର ଦାୟିତ୍ୱ ରେ ଥିବା ଏସିଏଫ ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ହେବ ସିଏମସି ଦ୍ଵାରା ଏହି ହରିଣ ପାର୍କଟି ପରିଚାଳିତ ହୋଇଆସୁଥିଲା । ତେବେ ସଂକୁଚିତ ସ୍ଥାନରେ ଏତେ ସଂଖ୍ୟାରେ ହରିଣଙ୍କ ରହଣି ନେଇ ଜୁ ଅଥରିଟି ଅଫ ଇଣ୍ଡିଆ କଟକଣା ଜାରି କରିବା ସହିତ ଲାଇସେନ୍ସଟି ବାତିଲ କରିଦେଇଥିଲେ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍