ଏଯାଏଁ ସମାଧାନ ହୋଇନି ଲଦାଖ ଏବଂ ଅରୁଣାଚଳ ପ୍ରଦେଶ ସୀମା ସମସ୍ୟା । ଏହାରି ଭିତରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପର ଉପଗ୍ରହ ଚିତ୍ର ସାମ୍ନାକୁ ଆସିଛି । ଏହା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢିଯାଇଛି । ଆମେରିକାର ଇଣ୍ଟେଲ ଲ୍ୟାବର ଭୂବିଜ୍ଞାନ ଗବେଷକ ଡାମିଏନ୍ ସାଇମନ୍ ଏହି ଚିତ୍ରଗୁଡ଼ିକୁ ଜାରି କରି କହିଛନ୍ତି ଯେ ମେ ୨୦୨୧ ରେ ତିବ୍ଦତର ବୁରାଙ୍ଗ ଅଂଚଳରେ ଥିବା ମାବଜା ଜାଙ୍ଗବୋ ନଦୀରେ ଚୀନ ନିର୍ମାଣ କରୁଥିବା ବନ୍ଧର ଏହା ଏକ ପ୍ରମାଣ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ