କଲେଜ ସଂଖ୍ୟା ବଢୁ ଥିବାବେଳେ ବଢ଼ୁନି ଅଧ୍ୟାପକଙ୍କ ସଂଖ୍ୟା । ଉଚ୍ଚଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବା ସହ ବଢ଼ିଛି ଡିଗ୍ରୀ କଲେଜ ସଂଖ୍ୟା । ହେଲେ ଅଧ୍ୟାପକଙ୍କ ଅଭାବ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି କରିଛି । ଆଉ କିଛି କଲେଜରେ ଅଫିସ୍ ଷ୍ଟାଫ ଅଭାବ ଯୋଗୁ ଅଧ୍ୟାପକମାନଙ୍କୁ ପରିଚାଳନା କାମ କରିବାକୁ ପଡ଼ୁଛି । ଯେଉଁଥିପାଇଁ ଶିକ୍ଷାଦାନ ପ୍ରଭାବିତ ହେଉଛି । ତେବେ ଶିକ୍ଷକ ଅଭାବକୁ ଦୂର କରିବା ପାଇଁ ବିଧାନସଭାର ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ଅବସର ବୟସସୀମା ବଢାଇବାକୁ ତା’ର ପଞ୍ଚମ ରିପୋର୍ଟରେ ପ୍ରସ୍ତାବ ଦେଇଥିଲା । ୬୦ ବଦଳରେ ୬୨ ବର୍ଷରେ ଅବସର ଉପରେ କମିଟି ଗୁରୁତ୍ବ ଦେଇଥିଲା । କାରଣ ଏହା ଜରିଆରେ ମୁଖ୍ୟତଃ ବ୍ଲକ ଗ୍ରାଣ୍ଟ ଓ ଗ୍ରାଣ୍ଟ-ଇନ୍-ଏଡ ପାଉଥିବା କଲେଜ ଗୁଡ଼ିକରେ ଅଧ୍ୟାପକ ଅଭାବ ଦୂର ହୋଇ ପାରିବ । ୨୦୧୮ ମସିହାରେ ଅଧ୍ୟାପକମାନଙ୍କ ଅବସର ବୟସକୁ ୬୨ରୁ ୬୫ ବର୍ଷ କରିଥିଲା ୟୁଜିସି । ଏହାକୁ ୧୮ଟି ରାଜ୍ୟ କାର୍ଯ୍ୟକାରୀ କରିଥିଲେ । ଅତିରିକ୍ତ ଆର୍ଥିକ ବୋଝ, ଅଧ୍ୟାପକମାନଙ୍କ ଯୋଗ୍ୟତା ଓ ଅନ୍ୟ ଦିଗକୁ ତର୍ଜମା କରି ଅଧ୍ୟାପକମାନଙ୍କ ଅବସର ବୟସସୀମାକୁ ୬୨ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟ କରିଥିଲା । ଉତ୍କଟ ହେଉଥିବା ଅଧ୍ୟାପକ ଅଭାବକୁ ଦୂର କରିବା ଦିଗରେ କମିଟିର ସୁପାରିସ କେତେଦୂର ଏହା କାର୍ଯ୍ୟକାରୀ ହୋଇଛି ସେନେଇ ରିପୋର୍ଟ ତଲବ କରାଯାଇଛି । ୨୦୦୦ ମସିହାରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା । ଯାହା ଏବେ ୧୦୨୪ରେ ପହଁଚିଛି । ଏଥିରୁ ୫୧ଟି ସରକାରୀ କଲେଜ ହୋଇଥିବାବେଳେ ୯୭୩ଟି ବ୍ଲକଗ୍ରାଣ୍ଟ, ଗ୍ରାଣ୍ଟ-ଇନ-ଏଡ ବା ଅନୁଦାନ ଅପେକ୍ଷାରେ ଅଛନ୍ତି । ଅନେକ ସଂସ୍କୃତ ଓ ଘରୋଇ ଡିଗ୍ରୀ କଲେଜ ବି ରହିଛି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ