The Topmost

“The eyes believe themselves, the ears believe other people.”

ବଡ଼ ଅଘଟଣରୁ ବର୍ତ୍ତିଗଲେ ୟେଦ୍ୟୁରପ୍ପା

ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି କର୍ଣ୍ଣାଟକର ପୂବର୍ତନ ମୁଖ୍ୟମନ୍ତ୍ରୀ । କଲବୁର୍ଗିରେ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳପକେ ବର୍ତ୍ତିଗଲେ ୟେଦ୍ୟୁରପ୍ପା । କଲବୁର୍ଗିର ଜେବରଗିରେ ଏକ ଫାର୍ମ ହାଉସରେ ୟେଦ୍ୟୁରପ୍ପାଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ବ୍ୟବସ୍ଥା ହୋଇଥିଲା। ହେଲେ ଲ୍ୟାଣ୍ଡିଂ କରିବାକୁ ଗଲାବେଳେ ହେଲିକପ୍ଟରର ବ୍ଲେଡ ପ୍ରଭାବରେ ତଳେ ଥିବା ପଲିଥିନ ଜରି ଓ କପଡ଼ା ଉଡିବାକୁ ଲାଗିଥିଲା  । ଏପରିକି କିଛି ଜରି ଉଡିଆସି ବ୍ଲେଡରେ ଲାଗିଯାଇଥିଲା  । ଏଥିରେ ହେଲିକପ୍ଟର ବିପଦଗ୍ରସ୍ତ ହେବା ସହ ବାରମ୍ବାର ଦୋହଲିଥିଲା  । ପରିସ୍ଥିତି ଏପରି ହୋଇଥିଲା କି ହେଲିକପ୍ଟରଟି କ୍ରାସ କରିବା ଅବସ୍ଥାକୁ ଆସିଯାଇଥିଲା। ଅଧିକ କିଛି ଘଟିବା ପୂର୍ବରୁ ପାଇଲଟ ହେଲିକପ୍ଟରକୁ ଲ୍ୟାଣ୍ଡିଂ ନକରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଉକ୍ତ ସ୍ଥାନକୁ ସଫାସୁତରା କରାଯିବା ପରେ ହେଲିକପ୍ଟର ଓହ୍ଲାଇଥିଲା ।