mamta banargee @the topmost

ବଙ୍ଗାଲରେ ବିରୋଧୀଙ୍କୁ ଧୂଳି ଚଟାଇଲା ଟିଏମସି

କୋଲକାତା: ମାର୍ଚ୍ଚ ୩: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାର୍ଟି ୨୦୨୨ ପୌର ନିର୍ବାଚନରେ ଧୂଳି ଚଟାଇଛି ଅନ୍ୟ ସମସ୍ତ ଦଳକୁ। ରାଜ୍ୟର ୧୦୮ ନଗରପାଳିକା ମଧ୍ୟରୁ ୧୦୨ଟିରେ ହାସଲ କରିଛି ଜିତାପଟ। ଏଥିରୁ ୩୧ ନଗରପାଳିକାରେ ବିରୋଧୀଙ୍କ ଚିହ୍ନବର୍ଣ ମଧ୍ୟ ନାହିଁ। ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଦଳର ଏପରି ବିଜୟରେ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ରାଜ୍ୟ ପୌର ନିର୍ବାଚନରେ ବାମ ମୋର୍ଚ୍ଚା ପୁଣି ଖାତା ଖୋଲିଛନ୍ତି। ତେବେ ଗତ ବିଧାନସଭା ନିର୍ବାଚନରେ ରାଜ୍ୟର ୭୭ଟି ବିଧାନସଭା ଆସନରୁ ଜିତି ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି ପୌର ନିର୍ବାଚନରେ ଖାତା ଖୋଲିବାକୁ ବି ସକ୍ଷମ ହୋଇପାରିନି। କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ସମଦଶା ଭୋଗିଛି। ଏହି ନିର୍ବାଚନରେ ଟିଏମସି ୨୨୫୮ ପ୍ରାର୍ଥୀ ଛିଡା କରିଥିବା ବେଳେ ବିଜେପି ୨୦୨୧, ସିପିଏମ ୯୯ ଓ ବହୁଜନ ସମାଜପାର୍ଟି ୩୦ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଏହା ଛଡା କଂଗ୍ରେସ ପକ୍ଷରୁ ୧୫୮ ଜଣ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ସେହିପରି ୮୪୩ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି।

SHARE BY