ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଏହି ବିଜୟ ସହ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ଚେନ୍ନାଇ । ଆଇପିଏଲ ଇତିହାସରେ ମୁମ୍ବାଇର ୫ଟି ଟାଇଟଲ ସହ ଚେନ୍ନାଇ ସମକକ୍ଷ ହୋଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଇ ସୁଦର୍ଶନ ୯୬ ଓ ରିଦ୍ଧିମାନ ଶାହ ୫୪ ରନ କରିବା ଫଳରେ ଗୁଜରାଟ ଟାଇଟନ୍ସ ୪ ୱିକେଟରେ ୨୧୪ ରନ୍ କରିଥିଲା । ଜବାବରେ ୨୧୫ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା ଚେନ୍ନାଇ । ୩ଟି ବଲରେ ଖେଳିବା ପରେ ବର୍ଷା ଯୋଗୁ ଖେଳ ୨ଘଣ୍ଟା ୨୦ ମିନିଟ୍ ବନ୍ଦ ରହିଥିଲା । ବର୍ଷା ଛାଡ଼ିବା ପରେ ଡିଏଲଏସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୫ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିନେଲା ଚେନ୍ନାଇ । ଶେଷ ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ଦେଇଥିଲେ ଐତିହାସିକ ବିଜୟ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ