ଅନିର୍ଦ୍ଦିଷ୍ଟ କାଳ ପାଇଁ ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା ଜାରି । ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ଆଗକୁ ଆସୁଛି ବଡ଼ଓଷା ଓ ପଞ୍ଚୁକ । ପବିତ୍ର ଧବଳେଶ୍ବରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ପୀଠକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଧବଳେଶ୍ବର ପୀଠକୁ ଯିବା ପାଇଁ ଗୋଟିଏ ମାତ୍ର ମାଧ୍ୟମ ପାଲଟିଥିବା ଝୁଲା ପୋଲ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ବିଶେଷଜ୍ଞ ଟିମଙ୍କ ଦ୍ବାରା ସ୍ଥିତି ଅନୁଧ୍ୟାନ ପରେ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠୁ ଝୁଲା ପୋଲର ମରାମତି କାମ ଆରମ୍ଭ ହୋଇଛି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍