The Topmost

“The eyes believe themselves, the ears believe other people.”

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି । ଚେନ୍ନାଇର ଅବସ୍ଥା ଗମ୍ଭୀର ହେବାରୁ ଆଜି ଦିନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭିଲୁପୁରମ,  ଆରିୟୁଲର, କଡଲୋର, ନାଗପଟ୍ଟିନମ, ପୁଦୁଚେରୀ, କରାଇକାଲ ଆଦି ଅଞ୍ଚଳରେ ପାଣି ଲହଡ଼ି ମାରୁଥିବାରୁ ଯାନବାହନ ଚଳାଚଳ ହୋଇଛି ବାଧାପ୍ରାପ୍ତ । ଅନେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବର୍ଷା ସହ ପବନ ଯୋଗୁ ଜନଜୀବନ ହୋଇଛି ପ୍ରଭାବିତ । ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁଦୁଚେରୀରେ ପାଣି ନିଷ୍କାସନ ଲାଗି ପମ୍ପ ବ୍ୟବସ୍ଥା କରାଯାଇଛି ।