August 11, 2025

ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜାକିର ହୁସେନ କଲେରେ ଗତ ୧୪ ବର୍ଷ ଧରି ହିନ୍ଦୀ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଲକ୍ଷ୍ମଣ ଯାଦବଙ୍କ କଲେଜ ତରଫରୁ ବହିସ୍କାର କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ ମିଡିଆରେ ଲକ୍ଷ୍ମଣ ଯାଦବଙ୍କର ଅନେକ ଫଲୋଅର୍ସ ରହିଛନ୍ତି । ସେପଟେ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଲକ୍ଷ୍ମଣଙ୍କ ସପକ୍ଷରେ ରାଜରାସ୍ତାକୁ ଉହ୍ଲାଇଛନ୍ତି । ଲକ୍ଷ୍ମଣ ଯାଦବଙ୍କ କଲେଜରୁ ବହିସ୍କାର କରାଯିବା ପରେ ଏବେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ତାଙ୍କୁ ଦଳରେ ମିଶାଇବା ନେଇ ଇଶାରା କରିଛି । ଏବେ ଅଖିଳେଶ ଯାଦବ ଲକ୍ଷ୍ମଣଙ୍କୁ ସହାୟତାର ହାତ ବଢାଇଛନ୍ତି । ଏକ ସଭାରେ ଲକ୍ଷ୍ମଣ ଯାଦବଙ୍କ ବହିସ୍କାର ନେଇ ଅଖିଳେଶଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା । ଏହାର ଉତ୍ତରରେ ଅଖିଳେଶ କହିଥିଲେ କି, ଲକ୍ଷ୍ମଣ ଯାଦବ ସମାଜବାଦୀ ପାର୍ଟିରେ ଯୋଗଦେଇ ସମାଜର ଅବହେଳିତଙ୍କ ପାଇଁ କାମ କରନ୍ତୁ ।

SHARE BY