The Topmost

“The eyes believe themselves, the ears believe other people.”

ପ୍ରଧାନମନ୍ତ୍ରୀ ପଦ ଛାଡିବେ ଜେସିଣ୍ଡା

ନ୍ୟୁଜିଲାଣ୍ଡରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ପଦ ଛାଡିବେ ଜେସିଣ୍ଡା ଅର୍ଡନ । ଆସନ୍ତା ମାସ ଆରମ୍ଭରୁ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଥିସହ ଆଉ ଆଗକୁ ନିର୍ବାଚନ ଲଢିବେ ନାହିଁ । ତେବେ ସେ ରାଜନୀତିରୁ ଏକପ୍ରକାରର ସନ୍ୟାସ ନେବେ । ଆସନ୍ତା ଅକ୍ଟୋବର ୧୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ତା ପୂର୍ବରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟୁଜିଲାଣ୍ଡର ଲେବର ପାର୍ଟିକୁ ପ୍ରତିନିଧିତ୍ବ କରନ୍ତି ଜେସିଣ୍ଡା ଅର୍ଡନ । ଆଗାମୀ ନିର୍ବାଚନରେ ମଧ୍ୟ ଦଳର ବିଜୟ ହେବ ବୋଲି ଆଶା କରିଛନ୍ତି । କିନ୍ତୁ ସେ ନିର୍ବାଚନ ଲଢିବେ ନାହିଁ । ପ୍ରଧାନମନ୍ତ୍ରୀ ପଦ ଛାଡିବା ପଛରେ ଅନ୍ୟ କୌଣସି କାରଣ ନଥିବା ସେ କହିଛନ୍ତି ।