ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜେଲେନସ୍କିଙ୍କ ଚିଠି । ଯୁଦ୍ଧ ଭିତରେ ମୋଦୀଙ୍କୁ ଚିଠି ଲେଖି ସହାୟତା ପାଇଁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଚିଠିରେ ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କି ଅନୁରୋଧ କରିଥିବା ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଏହି ଚିଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ହସ୍ତାନ୍ତର କରିଛନ୍ତି । ଔଷଧ ଏବଂ ଡାକ୍ତରୀ ଉପକରଣ ସମେତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍ ଏହି ଚିଠିରେ ଅନୁରୋଧ କରିଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ