କର୍ଣ୍ଣାଟକରେ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍- ଫ୍ରମ୍- ହୋମ୍ ସୁବିଧା । ପ୍ରଥମ ଥର ପାଇଁ ଭାରତର ନିର୍ବାଚନ କମିଶନ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ସୁବିଧା ଦେବାକୁ ଯାଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଟିମ୍ ଫର୍ମ-୧୨ଡି ସହ ସେମାନଙ୍କ ନିକଟକୁ ଯିବେ ଓ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଯଦିଓ ଆମେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମତଦାନ କେନ୍ଦ୍ରକୁ ଆସିବାକୁ ପ୍ରୋତ୍ସାହିତ କରୁଛୁ, କିନ୍ତୁ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ସମର୍ଥ ହେବେ ନାହିଁ ସେମାନେ ଏହି ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ମତଦାନର ଗୋପନୀୟତା ବଜାୟ ରଖାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ରାଜୀବ କୁମାର ସ୍ପଷ୍ଟ କରିଛନ୍ତି । ଭୋଟ୍-ଫ୍ରମ୍-ହୋମ୍ ପାଇଁ ସମସ୍ତ ରାଜନୈତିକ ଦଳକୁ ଅବଗତ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଏକ ମୋବାଇଲ୍ ଆପ୍ ‘ସକ୍ଷମ’ ଆରମ୍ଭ କରାଯାଇଛି । ଯେଉଁଥିରେ ସେମାନେ ଲଗଇନ୍ କରି ଭୋଟ୍ ଦେବାର ସୁବିଧା ବାଛିପାରିବେ ବୋଲି ସିଇସି କହିଛନ୍ତି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ