ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ । କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ଠାରେ ଅଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜନାଥ ସିଂହ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ ସିଂହ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ବାୟୁ ସେନାର କମାଣ୍ଡର ସମ୍ମିଳନୀରେ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାପୂର୍ବରୁ କରୋନା ପଜିଟିଭ ଥିବା ସୂଚନା ମିଳିବା ପରେ ସେ ନିଜକୁ ଏଥିରୁ ଦୂରେଇ ରଖିଥିଲେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ