The Topmost

“The eyes believe themselves, the ears believe other people.”

ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ବଢିଲା ରାଜନୈତିକ ପାରା । ଆସନ୍ତା ୨ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ଉପ-ନିର୍ବାଚନ ପାଇଁ ଆସନ୍ତା ୨ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରୁ ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ।