The Topmost

“The eyes believe themselves, the ears believe other people.”

ପ୍ରକାଶ ରାଜଙ୍କ ବଡ଼ ବୟାନ

ପୁଣି ଚର୍ଚ୍ଚାରେ ପ୍ରକାଶ ରାଜ । ସନାତନ ଧର୍ମକୁ ଡେଙ୍ଗୁ ସହ କଲେ ତୁଳନା । ପୂର୍ବରୁ ଚନ୍ଦ୍ରଯାନ-୩କୁ ନେଇ ପ୍ରତିକ୍ରିୟା ଦେଇଥିବାବେଳେ ଟ୍ରୋଲର ଶିକାର ହୋଇଥିଲେ । ଏବେ ପୁଣିଥରେ ସନାତନ ଧର୍ମକୁ ଡେଙ୍ଗୁ ସହ ତୁଳନା କରିଥିବାବେଳେ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କ ଉପରେ ଆକ୍ରୋଶଭାବ ଦେଖାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ରାଜ ଏକ ସଭାରେ ସମ୍ବୋଧନ ଦେବା ସମୟରେ ଉଦୟନିଧିଙ୍କ କଥାକୁ ଦୋହରାଇଛନ୍ତି । ଶ୍ରୀରାମଙ୍କ ଶୋଭାଯାତ୍ରାରେ ଜଣେ ୧୮ ବର୍ଷର ଯୁବକ ହାତରେ ଖଣ୍ଡା ଧରି ବୁଲିବା ଘଟଣା ତାଙ୍କୁ ବ୍ୟଥିତ କରିଛି । ଏପରକି ଧର୍ମ ନାଁରେ ରାଜନୀତି ବଢ଼ୁଥିବା ସେ କହିଛନ୍ତି । ଅନ୍ୟପଟେ କର୍ଣ୍ଣାଟକର ଏକ ବସ ମହିଳା ବସ କଣ୍ଡଟରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ସଂଖ୍ୟାଲଘୁ ମହିଳା କଣ୍ଡକ୍ଟରଙ୍କ ବୁର୍ଖା ଖୋଲିବାକୁ କହିଥିଲେ । ଜଣେ ବସ୍ କଣ୍ଡକ୍ଟରକୁ ବସ କଣ୍ଡକ୍ଟର ଭାବେ ଦେଖିବା ସହ, ଭକ୍ତି ରୂପରେ ନଦେଖିବାକୁ ପ୍ରକାଶ ରାଜ କହିଛନ୍ତି ।