ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାଫଳ ପ୍ରକାଶ ପାଇଛି | ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକର ସ୍ନାତକ ଶେଷ ସେମିଷ୍ଟାର ୨୦୨୩ ନିୟମିତ ଓ ବ୍ୟାକ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ କଳା ଅନର୍ସରେ ସମୁଦାୟ ୨୫ ହଜାର ୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୯ ହଜାର ୫୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି | ସେହିପରି ବିଜ୍ଞାନ ଅନର୍ସରେ ସମୁଦାୟ ୧୩୬୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬୦୫ ଓ ବାଣିଜ୍ୟ ଅନର୍ସରେ ୪୧୪୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୧୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି | କଳା ଅନର୍ସରେ ଉତ୍ତୀର୍ଣ୍ଣ ହାର ୯୦.୫୯ ପ୍ରତିଶତ, ବିଜ୍ଞାନ ଅନର୍ସରେ ଉତ୍ତୀର୍ଣ୍ଣ ହାର ୯୫.୩୦ ପ୍ରତିଶତ ଓ ବାଣିଜ୍ୟ ଅନର୍ସରେ ଉତ୍ତୀର୍ଣ୍ଣ ହାର ୮୯.୨୮ ପ୍ରତିଶତ ରହିଛି |
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା