The Topmost

“The eyes believe themselves, the ears believe other people.”

ପୋଲିସ ଅଫିସରଙ୍କ ୫ଟି ମୌଳିକ ଗୁଣ ରହିବା ଦରକାର

ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । ପୋଲିସ ଅଫିସରଙ୍କ ୫ଟି ମୌଳିକ ଗୁଣ ରହିବା ଦରକାର ବୋଲି ସେ କହିଛନ୍ତି । ସେହିପରି କର୍ତ୍ତବ୍ୟ ସମ୍ପାଦନ ସମୟରେ ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କୁ ରାଷ୍ଟ୍ରପତି ସମ୍ମାନ ଜଣାଇଛନ୍ତି । ସାଧୁତା, ନିରପେକ୍ଷତା, ସାହସ, ଦକ୍ଷତା ଏବଂ ସମ୍ବେଦନଶୀଳତା ଭଳି ୫ଟି ମୌଳିକ ଗୁଣ ପୋଲିସ ଅଫିସରଙ୍କ ରହିବ ଦରକାର ।
– ପୋଲିସ ଲୋକଙ୍କ ଆସ୍ଥାଭାଜନ ହେଲେ ସରକାରଙ୍କ ଭାବମୂର୍ତ୍ତି ବଢ଼ିଥାଏ
– ଗଣତନ୍ତ୍ରକୁ ମଜଭୁତ କରିବାରେ ପୋଲିସ ବାହିନୀର ରହିଛି ବଳିଷ୍ଠ ଭୂମିକା
– ଦେଶର ଏକତା ରକ୍ଷା କରିବାରେ ସେମାନଙ୍କର ଯୋଗଦାନ ରହିଛି
– ସରକାରଙ୍କ ସବୁଠାରୁ ଦୃଶ୍ୟମାନ ଅଙ୍ଗ ହୋଉଛନ୍ତି ପୋଲିସ କର୍ମୀ
– ସମାଜରେ ସ୍ୱର ଉତ୍ତୋଳନ କରିପାରୁନଥିବା ବ୍ୟକ୍ତିଙ୍କ ପାଇଁ କାମ କରିବା ଆବଶ୍ୟକ
– ଅପରାଧୀ ପୋଲିସଙ୍କ ନାଁ ଶୁଣିଲେ ଥରିବା ଦରକାର
– ସାଧାରଣ ନାଗରିକ ପୋଲିସକୁ ବନ୍ଧୁ ଭାବିବା ଆବଶ୍ୟକ
– ମହିଳା ଆଇପିଏସ ଅଫିସରମାନେ ନାରୀ ସଶକ୍ତୀକରଣ କରିପାରିବେ