ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ ଅବଗତ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଉଛି । ତେବେ ଆଗକୁ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ମାରିଲେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି BMC । ତେବେ ବିଏମସିର ଏହି ପୋଷ୍ଟର ମୁକ୍ତ ରାଜଧାନୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା