ବିଜ୍ଞାନର କାର୍ଯ୍ୟକ୍ଷମତା ଧୀରେ ଧୀରେ ବଢିଚାଲିଛି । ବୈଜ୍ଞାନିକମାନେ ପ୍ରତିଟି ସମୟରେ ଏଭଳି କିଛି ଉଦ୍ଭାବନ କରୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଥିରେ ଯୋଡିହୋଇଛି ଆଉ ଏକ ନୂଆ ଉଦ୍ଭାବନ । ବୈଜ୍ଞାନିକମାନେ ଏଭଳି ଏକ ଲାଉଡସ୍ପିକରର ଉଦ୍ଭାବନ କରିଛନ୍ତି, ଯାହା ପେପର ଭଳି ପତଳା । ଏହା ସହିତ କୌଣସି ବି ସ୍ଥାନରେ ଏହା ଅଡିଓର କାମ କରିପାରିବ । ଏହି ସ୍ପିକରର ଓଜନ ମଧ୍ୟ ବହୁତ ହାଲୁକା ରହିଛି । ସେହିଭଳି ଏହାକୁ ଫେବ୍ରିକେସନ୍ ପଦ୍ଧତି ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ତେବେ ଅଧିକାଂଶ ସ୍ପିକର ଉପରେ ଏହା ରଖାଯାଉଥିବା ସ୍ଥାନର ପ୍ରଭାବ ରହିଥାଏ । ଏଥିରୁ ନିର୍ଗତ ଭାଇବ୍ରେସନ୍ ଉପରେ ଏହି ସ୍ଥାନର ପ୍ରଭାବ ରହିଥାଏ । ହେଲେ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ସ୍ପିକର ଉପରେ ଏହାକୁ ରଖାଯାଉଥିବା ସ୍ଥାନର କୌଣସି ପ୍ରଭାବ ରହିବ ନାହିଁ । ଏଥିରେ ପିଜୋଇଲେକଟ୍ରିକର ବ୍ୟବହାର କରାଯାଇ ଏକ ଥିନ୍ ଲେୟାର ପ୍ରସ୍ତୁତ କରାଯାଇଛି । ଏଥିରେ ବିଭିନ୍ନ ଜ୍ଞାନକୌଶଳର ବ୍ୟବହାର କରାଯାଇଛି, ଯାହା ଏହାର କାର୍ଯ୍ୟକ୍ଷମତା ବଢାଇଛି । ସେହିଭଳି ଏହାକୁ କିଭଳି ଅଧିକ ଦିନ ବ୍ୟବହାର କରିହେବ ସେ ନେଇ ବ୍ୟବସ୍ଥା କରାଯାଇଛି । ଏହି ସ୍ପିକରକୁ ଏକ ପିଇଟି ପ୍ଲାଷ୍ଟିକର ଥିନ୍ ସିଟ୍ରେ ଲେଜର ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି । ସ୍ପିକରଟିକୁ ପିଜୋଇଲେକଟ୍ରିକ୍ ମେଟେରିଆଲ ବ୍ୟବହାର କରାଯାଇ ଲାମିନେଟ୍ କରାଯାଇଛି । ବୈଜ୍ଞାନିକ ଏବେ ମଧ୍ୟ ଏହାଉପରେ ଗବେଷଣା ଜାରି ରଖିଛନ୍ତି, ଆଗକୁ ଏହାର କାର୍ଯ୍ୟଦକ୍ଷତା ଆହୁରି ବଢାଯିବା ନେଇ ସେମାନେ ମତଦେଇଛନ୍ତି ।
“The eyes believe themselves, the ears believe other people.”
More Stories
୧୦ ବର୍ଷରେ ଭାରତରେ ୧୭.୧ କୋଟି ଲୋକ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ- ରିପୋର୍ଟ
ଚୀନ୍ ପାଇଁ ପ୍ରସ୍ତୁତ 10 ଆମେରିକୀୟ ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ
ଇଏସ୍ଆଇସି ପକ୍ଷରୁ ଭୁବନେଶ୍ବରରେ ଖୋଲିବ ସ୍ବତନ୍ତ୍ର ଚିକିତ୍ସାଳୟ