ବିନା ପଞ୍ଜିକରଣରେ ରଖିପାରିବେନି କୁକୁର କି ଅନ୍ୟ ପୋଷା ଜୀବ । ଏଣିକି ପେଟ୍ ଆନିମଲ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡ଼ିବ ଅନୁମତି । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂତନ ଗାଇଡଲାଇନ । ପେଟ୍ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ସେ ନେଇ ହେବ ତଦାରଖ । ରଖିଥିବା ଜନ୍ତୁର ପ୍ରକୃତି କ’ଣ ଦେଖିବାକୁ ପଡ଼ିବ । ପଶୁ ଡାକ୍ତରଙ୍କ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ ପଡ଼ିବ । ଏନେଇ ଡ୍ରାଫଟିଂ ପ୍ରକ୍ରିୟା ସରିଛି । ଗୃହ ପାଳିତ ପଶୁ କିଭଳି ଅନ୍ୟକୁ କ୍ଷତି ନପହଞ୍ଚାଇବ ସେନେଇ ହେବ ସମସ୍ତ ବ୍ୟବସ୍ଥା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ