ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା । ଷ୍ଟିଙ୍ଗ୍ ଅପରେସନ୍ରେ ଫସି ବିବାଦୀୟ ହୋଇପଡ଼ିଥିବା ପୂର୍ବତନ କ୍ରିକେଟର ଚେତନ ଶର୍ମା ଆଜି ଇସ୍ତଫା ଦେଇଛନ୍ତି । ଶୁକ୍ରବାର ସେ ତାଙ୍କ ଇସ୍ତଫାପତ୍ର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ନିକଟକୁ ପଠାଇ ଥିବା ବେଳେ ତାକୁ ଗ୍ରହଣ କରି ନିଆଯାଇଛି ବୋଲି ଜଣାଯାଇଛି । ସୂଚନା ଅନୁସାରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କହିଥିଲେ ଯେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବାକୁ ଇଞ୍ଜେକ୍ସନ ନିଅନ୍ତି । ଆହତ ଥିବା ସତ୍ତ୍ୱେ ଟିମ୍ ଚୟନ ବେଳେ ଫିଟ୍ ରହିବାକୁ ସେମାନେ ଇଞ୍ଜେକ୍ସନ ଉପରେ ନିର୍ଭର କରନ୍ତି । ଟିମ୍ ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥା’ନ୍ତି । କିନ୍ତୁ ସେମାନଙ୍କୁ ଦଳରେ ରଖିବାକୁ ଅନୁରୋଧ କରାଯାଇଥାଏ ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍