The Topmost

“The eyes believe themselves, the ears believe other people.”

‘ପୁଷ୍ପା: ଦି ରୁଲ’ର ରିଲିଜ୍ ତାରିଖ ଘୋଷଣା 

ଶେଷ ହେଲା ବହୁ ଦିନର ଅପେକ୍ଷା । ‘ପୁଷ୍ପା: ଦ ରାଇଜ୍’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ । ଆଜି ସେ ଅପେକ୍ଷାର ଅନ୍ତ ଘଟିଛି । ଆଜି ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ମୈଥରିଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ରିଲିଜ୍ ତାରିଖ ସହ ସେୟାର କରାଯାଇଥିବା ଫଟୋରେ ଅଭିନେତାଙ୍କ ହାତ ଆଙ୍ଗୁଠି ଦେଖିବାକୁ ମିଳିଛି । ଏହି ପୋଷ୍ଟରେ ‘ପୁଷ୍ପା: ଦି ରୁଲ’ ଅଗଷ୍ଟ ୧୫, ୨୦୨୪ରେ ରିଲିଜ୍ ହେବ ବୋଲି ଲେଖାଯାଇଛି । ନିର୍ମାତା ରିଲିଜ୍ ତାରିଖ ଘୋଷଣା କରିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍ସାହ ବଢ଼ିଛି । ଏହା ପୂର୍ବରୁ ଫିଲ୍ମର ଟିଜର ଓ ଫିଲ୍ମରେ ଥିବା ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେଉ ହେଉ ଏହା ଭାଇରାଲ ହୋଇଥିଲା । ଏହି ଫିଲ୍ମରେ ପୁଷ୍ପା ଓରଫ ଅଲ୍ଲୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇଥିଲେ ଦର୍ଶକ ।