The Topmost

“The eyes believe themselves, the ears believe other people.”

ପୁରୁଷ ହକି ଦଳର କ୍ୟାପ୍ଟେନ୍ କ୍ରେଗ୍ ଫୁଲଟନ୍

କ୍ରେଗ ଫୁଲଟନ୍ ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟ କୋଚ ନିଯୁକ୍ତ । FIH ହକି ପ୍ରୋ ଲିଗରେ ଦଳର ଘରୋଇ ମ୍ୟାଚ୍ ପୂର୍ବରୁ ହକି ଇଣ୍ଡିଆ ଏହି ଘୋଷଣା କରିଛି । ସାଉଥ ଆଫ୍ରିକାର ଏହି ୪୮ବର୍ଷୀୟ କ୍ରେଗ ବେଲଜିୟମ ପୁରୁଷ ହକି ଟିମର ଆସିଷ୍ଟାଣ୍ଟ କୋଚ୍ ଥିଲେ । କ୍ରେଗ ଇରିସ ପୁରୁଷ ହକି ଟିମର କୋଚ ଥିବା ବେଳେ ଏହି ଟିମ୍ ଭଲ ପ୍ରଦର୍ଶନ କରି ରିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଏହି ଐତିହାସିକ ସଫଳତା ପାଇଁ 2015ରେ FIH କୋଚ ଅଫ ଦି ଇୟର ଜିତିଥିଲେ କ୍ରେଗ୍ । ଏହା ପରେ ସେ ଅଲିମ୍ପିକ୍ ଚାମ୍ପିଅନ୍ସ ବେଲଜିୟମ ସହିତ ଆସିଷ୍ଟାଣ୍ଟ କୋଚ୍ ଭାବରେ କାର୍ଯ୍ୟ କରିଥିଲେ ।