ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଅଭିଯୁକ୍ତ ଭାବେ ଇଡି ହେପାଜତରେ ଥିବା ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଇଡି ତରଫରୁ ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରାଯାଇ ପୁଣି ୭ଦିନ ରିମାଣ୍ଡ ମାଗିଥିଲା । ହେଲେ କୋର୍ଟ ଏହି ମାମଲାରେ ସିସୋଦିଆଙ୍କ ଇଡି ରିମାଣ୍ଡକୁ ୫ଦିନ ବଢାଇ ଦେଇଛନ୍ତି । ଏବେ ସିସୋଦିଆଙ୍କୁ ଇଡି ପୁଣି ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ହାଜର କରିବ । ସେପଟେ ସିସୋଦିଆଙ୍କ ଓକିଲ କୋର୍ଟକୁ କହିଛନ୍ତି କି ଜେରା ନାମରେ ଇଡି ସିସୋଦିଆଙ୍କୁ କେବଳ ଏଠି ସେଠି ବସାଉଛି ଓ ଗତ ୭ଦିନ ମଧ୍ୟରେ କେବଳ ୧୧ ଘଣ୍ଟା ପଚରା ଉଚରା କରିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି