The Topmost

“The eyes believe themselves, the ears believe other people.”

ପୁଣି ଥରେ ପ୍ରସାରିତ ହେବ ରାମାୟଣ

ଆରମ୍ଭରୁ ବିବାଦରେ ଫସିଛି ଫିଲ୍ମ ‘ଆଦିପୁରୁଷ’। ଫିଲ୍ମର ବହୁ ଡାଏଲଗ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ କରି ଲୋକେ ଫିଲ୍ମଟିକୁ ବିରୋଧ କରିଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ବିରୋଧାଭାବ ଦେଖାଦେଇଛି। ଏପରିକି ‘ଆଦିପୁରୁଷ’ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆବେଦନ ହୋଇଛି। ଏହା ମଧ୍ୟରେ ସ୍ୱତପ୍ରତ୍ତ ଭାବେ ଲୋକଙ୍କ ମନରେ ରମାନନ୍ଦ ସାଗରଙ୍କ ‘ରାମାୟଣ’ କଥା ଉଙ୍କି ମାରୁଛି। ‘ଆଦିପୁରୁଷ’ ନିର୍ମାତାଙ୍କୁ ଦେଶବାସୀ ରମାନନ୍ଦ ସାଗରଙ୍କ ‘ରାମାୟଣ’ ଦେଖିବାକୁ ଉପଦେଶ ଦେବାକୁ ପଛାଉ ନାହାନ୍ତି। ତେଣୁ ଛୋଟ ପରଦାରେ ପୁଣି ଦେଖିବାକୁ ମିଳିବ ରମାନନ୍ଦ ସାଗରଙ୍କ ‘ରାମାୟଣ’ । ଆସନ୍ତା ଜୁଲାଇ ୩ ତାରିଖରୁ Shemaroo TVରେ ଏହା ପ୍ରଦର୍ଶୀତ ହେବ । ଏନେଇ ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି।