() ଆଠଗଡ଼ରୁ ପୁଣି ଦୁଇଟି ଦନ୍ତାହାତୀର ଅସ୍ଥି କଙ୍କାଳ ଠାବ ହୋଇଛି । ଖୋଦ୍ ବନ ବିଭାଗ ଏହି କଙ୍କାଳ ଠାବ କରିଥିବାବେଳେ ଏନେଇ ଆଠଗଡ଼ ଡିଏଫ୍ଓ ସୂଚନା ଦେଇଛନ୍ତି । ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ୍ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ହାଡୁଆ ପ୍ରକଳ୍ପ ନିକଟରୁ ଦୁଇଟି ଦନ୍ତାର ଅସ୍ଥି କଙ୍କାଳ ଜବତ କରିଛି ବନ ବିଭାଗ । ଅସ୍ଥି କଙ୍କାଳ ମଧ୍ୟରେ ହାତୀ ଦୁଇଟିର ଦାନ୍ତ ନଥିବା ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ । ତେବେ ଗତ କିଛିଦିନ ମଧ୍ୟରେ ଆଠଗଡ଼ରେ ହାତୀ ଶିକାର ବଢିଚାଲିଛି, ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି