କାର ଚାଳକ ହୁଅନ୍ତୁ ବା ବାଇକ୍ ଚାଳକ, ଯଦି ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ ତେବେ ଭରିବାକୁ ପଡିପାରେ ଭାରି କ୍ଷତିପୂରଣ । ମାଲିକଙ୍କ ଘରକୁ ୧୦ ହଜାର ଟଙ୍କାର ଚାଲାଣ ପହଞ୍ଚିବା ସହ ମାଲିକଙ୍କୁ ଆବଶ୍ୟକ ପଡିଲେ ଜେଲ ହେବାର ମଧ୍ୟ ବ୍ୟବସ୍ଥା ରହିଛି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ସରକାର ଏପରି ନୋଟିସ୍ ଜାରି କରିଛନ୍ତି । ଦିଲ୍ଲୀରେ ଏବେ ସୁଦ୍ଧା ପାଖାପାଖି ୧୭ ଲକ୍ଷ ଏପରି ଯାନବାହାନ ଅଛି ଯାହାର ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ । ଏମାନଙ୍କ ମଧ୍ୟରେ ୧୩ ଲକ୍ଷ ଦୁଇ ଚକିଆ ଗାଡି, ୩ ଲକ୍ଷ କାର ଅଛି । ଏପରି କ୍ଷେତ୍ରରେ ଗାଡି ମାଲିକଙ୍କ ଘରକୁ ୧୦ ହଜାର ଟଙ୍କାର ଚାଲାଣ ପଠାଯିବା ସହ ୬ ମାସର ଜେଲ ହେବାର ଯୋଜନା ରହିଛି । ତେବେ ଆଗାମି ୨/୩ ମାସ ପରେ ଦିଲ୍ଲୀରେ ପ୍ରଦୂଷଣ ବଢିବ । ଯାହାକୁ ଦୃଷ୍ଟିରେ ରଖି ସହରକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ଏପରି କଠୋର ନିଷ୍ପତ୍ତି ନେଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ