ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା । ମଣ୍ଡି ଜିଲ୍ଲା ଜାଡନ ଗାଁରେ ପାହାଡ ଧସି ଏକ ପରିବାରର ୭ ଜଣ ସଦସ୍ୟ ମାଟି ତଳେ ଚାପି ହୋଇଯାଇଥିବା ସୂଚନା । ପରିବାରର ସମସ୍ତ ସଦସ୍ୟ ଖେମ ସିଂଙ୍କ ଦୁଇ ମହଲା ଘରେ ଗଭୀର ନିଦ୍ରାରେ ଶୋଇଥିଲେ । ଏହି ସମୟରେ, ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସି ଘର ଭୁଷୁଡି ପଡିଥିଲା । ଫଳରେ ୭ଜଣ ସଦସ୍ୟ ମାଟି ତଳେ ଚାପି ହୋଇ ଯାଇଥିଲେ । ଏନେଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ବନ୍ଦ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ରହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ