ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ଜଣ ମୁଖଗହ୍ୱର କର୍କଟରେ ପୀଡିତ ହେଉଥିବାବେଳେ ପ୍ରତି ଘଣ୍ଟାରେ ୫ ଜଣଙ୍କର ଏହି କର୍କଟ ଯୋଗୁଁ ମୃତ୍ୟୁ ଘଟୁଛି | ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥିବାବେଳେ ସଚେତନତା ଅଭାବରୁ ଠିକ ସମୟରେ କର୍କଟ ବାବଦରେ ରୋଗୀ ଜାଣିପାରିନଥାଏ | ଆଉ ମୁଖଗହ୍ୱର କର୍କଟ ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ମାସକୁ ମୁଖକର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ |
ତେବେ ମୁଖଗହ୍ଵର କର୍କଟ ରୋଗ ବିଶେଷଜ୍ଞଙ୍କ କହିବା ମୁତାବକ ମୁଖ୍ୟତଃ ୩ଟି ଲକ୍ଷଣ ଦେଖାଦେଲେ ମୁଖଗହ୍ଵର କର୍କଟ ହୋଇଛି ବୋଲି ଜାଣିବେ | ଯଦି ଆପଣଙ୍କ ପାଟିରେ ଘା ହୋଇଛି ଏବଂ ୩ ସପ୍ତାହ ଯାଏଁ ଏହା ଶୁଖୁନାହିଁ ତେବେ ଥରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ | ଦ୍ବିତୀୟତଃ ଯଦି ଆପଣ ଭଲରେ ପାଟି ଖୋଲିପାରୁନାହାନ୍ତି, ଖାଇବାରେ କଷ୍ଟ ହେଉଛି ଓ ଏକାସାଙ୍ଗରେ ଚାରିଟି ଆଙ୍ଗୁଳି ପାଟିରେ ପଶିପାରୁନାହିଁ ତେବେ ଏହା ମୁଖଗହ୍ଵର କର୍କଟର ଲକ୍ଷଣ ହୋଇପାରେ | ଯଦି ଅସମୟରେ ଆପଣଙ୍କ ଦାନ୍ତ ହଲୁଛି, ପାଟିରେ ପୋଡାଜଳା ହେଉଛି, ଢୋକିବାରେ କଷ୍ଟ ହେଉଥିବାର ଲକ୍ଷଣ ଦେଖାଦେଉଥିଲେ ଦନ୍ତରୋଗ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ |
More Stories
କିପରି ନେବେ ନିଜ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଯତ୍ନ
ଥାଇରଏଡ୍ କୁ ଚୁଟକିରେ ଦୂରେଇ ଥାଏ ଏହି ଖାଦ୍ୟ
ତରକାରୀରେ ଅଧିକ ହଳଦୀ ପଡିଗଲେ କଣ କରିବେ