ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରୁ ମୁକୁଳିଲେ । ତାଙ୍କ ଗରଫଦାରୀକୁ ବେଆଇନ କହି ତୁରନ୍ତ ତାଙ୍କୁ ଜେଲରୁ ମୁକୁଳାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଇଛି । ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା । ଇସଲାମାବାଦ କୋର୍ଟ ପରିସରରୁ ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ କି କୋର୍ଟ ପରିସରରୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ଅପମାନଜନକ । ଏଣୁ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋକୁ କୋର୍ଟ ଆଦେଶ ଦେଇଥିଲେ କି ତୁରନ୍ତ ଇମ୍ରାନ ଖାନଙ୍କୁ ଖଲାସ କରାଯାଉ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ