The Topmost

“The eyes believe themselves, the ears believe other people.”

ପାକିସ୍ତାନର ଆର୍ଥିକ ଅବସ୍ଥା ୬୦ ବର୍ଷର ରେକର୍ଡ ଭାଙ୍ଗିଲା

୬୦ ବର୍ଷର ରେକର୍ଡ ଭାଙ୍ଗିଲା ପାକିସ୍ତାନର ଆର୍ଥିକ ଅବସ୍ଥା । ଗତ ବର୍ଷେ ହେଲା ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଗତ ମାର୍ଚ୍ଚରେ ୩୫.୩୭ ପ୍ରତିଶତରେ ପହଞ୍ଚିଛି । ଏଭଳି ସ୍ଥିତିରେ ଆଇଏମଏଫର ସର୍ତ୍ତ ମାନିବାକୁ ନାରାଜ ପାକିସ୍ତାନ । ଆଇଏମଏଫର ସର୍ତ୍ତ ମାନିନଥିବାରୁ ସେଠାରୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳିନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଥିବା ବେଳେ ବାହାର ଦେଶରୁ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ ମଧ୍ୟ ହୋଇପାରୁନାହିଁ । ବିଶ୍ବ ବ୍ୟାଙ୍କ ଦେଶର ବିକାଶ ଦରକୁ ନେଇ ଋଣ ଦେଉଥିବା ବେଳେ ସେ କ୍ଷେତ୍ରରେ ମଧ୍ୟ ପାକିସ୍ତାନ ବହୁ ପଛରେ ରହିଛି । ଏଭଳି କ୍ଷେତ୍ରରେ ଚୀନ ଓ ଆମେରିକା ଉପରେ ଆଶା ବାନ୍ଧି ବସିଛି ପାକିସ୍ତାନ ।