The Topmost

“The eyes believe themselves, the ears believe other people.”

ପାକିସ୍ତାନକୁ ବାକ୍ ଆକ୍ରମଣ

ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ ବାକ୍‌ ଆକ୍ରମଣ କରିଛି ଭାରତ । ଭାରତ ପାକିସ୍ତାନକୁ ତା’ର ଜବାବରେ କହିଛି ଯେ ଏକ ଦେଶ, ଯେଉଁଠି ଅଲ୍‌-କାଏଦା ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀ ସୃଷ୍ଟି କରାଇ ପଡ଼ୋଶୀ ଦେଶ ସଂସଦ ଉପରେ ଆକ୍ରମଣ କରାଉଛି ତା ନିକଟରେ ଜାତିସଂଘରେ ଉପଦେଶ ଦେବାର କୌଣସି ପ୍ରମାଣପତ୍ର ନାହିଁ । ବୈଦେଶିକ ମନ୍ତ୍ରୀ ଏସ୍‌ ଜୈଶଙ୍କର ଆହୁରି ବି କହିଛନ୍ତି ଯେ ଜାତିସଂଘର ବିଶ୍ବସନୀୟତା ଆମ ସମୟର ପ୍ରମୁଖ ଚ୍ୟାଲେଞ୍ଜ୍‌ ତାହା ମହାମାରୀ ହେଉ, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆତଙ୍କବାଦୀ ଆକ୍ରମଣର ପ୍ରଭାବର ପ୍ରତିକ୍ରିୟା ଉପରେ ନିର୍ଭର କରେ । ଜାତିସଂଘ ସୁରକ୍ଷା ପରିଷଦରେ ‘ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ତଥା ସୁଧାରିତ ବହୁପକ୍ଷ ପାଇଁ ଏକ ନୂଆ କିରଣ’ ବିଷୟ ଉପରେ ଅଧ୍ୟକ୍ଷତା କରି ଜୈଶଙ୍କର କହିଛନ୍ତି ଯେ ‘ଆମେ ସ୍ପଷ୍ଟ ରୂପେ ଆମେ ବହୁପକ୍ଷବାଦ ଉପରେ ସୁଧାର ଆଣିବା ଉପ‌ରେ ଧ୍ୟାନ କେନ୍ଦ୍ରିତ କରୁଛୁ । ଏଥିରେ ସ୍ବାଭାବିକ ଭାବେ ଆମର ନିଜର ବିଚାର ହେବ । କିଛି ନହେଲେ ସମାନତା ତ ବୃଦ୍ଧି ପାଉଛି। ଏଥିରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ।’