The Topmost

“The eyes believe themselves, the ears believe other people.”

ପାଇଲଟଙ୍କ ଷ୍ଟ୍ରାଇକ୍ ପାଇଁ ବାତିଲ ହେଲା ୮ ଶହ ବିମାନ

ପାଇଲଟଙ୍କ ଷ୍ଟ୍ରାଇକ୍ ପାଇଁ ବାତିଲ ହେଲା ୮ ଶହ ବିମାନ । ଜର୍ମାନୀର ଲୁଫଥାନସା ଏୟାରପୋର୍ଟକୁ ଯିବାକୁ ଥିବା ବିମାନ ବାତିଲ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା । ପାଇଲଟଙ୍କ ଷ୍ଟ୍ରାଇକ ଯୋଗୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ୮ ଶହ ବିମାନ ବାତିଲ ହୋଇଛି । ଯାହାଫଳରେ ପ୍ରାୟ ଦେଢ଼ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ବିମାନ ବାତିଲ ହେବା ଜଣାପଡ଼ିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା । ବିମାନବନ୍ଦର ପରିସରରେ ଧାରଣା ଦେବା ସହ ଟିକେଟ ବାବଦ ଟଙ୍କା ଫେରସ୍ତ କରିବାକୁ ଯାତ୍ରୀମାନେ ଦାବି କରି ହୋହଲ୍ଲା କରିଥିଲେ । ଖବରପାଇ ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।