ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ସ୍କୁଲ ଖରାଛୁଟି ବୃଦ୍ଧି ସହିତ ସକାଳୁଆ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ଣ ପ୍ରବାହ ସ୍ଥିତି ଦେଖି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ, ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍କୁଲ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲା । ନିଷ୍ପତ୍ତି ଅନୁସାରେ ବରଗଡ଼ ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବ ଓ ଦୁଇଦିନ ସକାଳୁଆ ପାଠପଢ଼ା ହେବ । ସେହିପରି ସୁନ୍ଦରଗଡ଼ରେ ୨୩ରୁ ୨୫, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୨୩ ଓ ୨୪ ତାରିଖ ସକାଳୁଆ ସ୍କୁଲ ଚାଲିବ । ଅନ୍ୟପକ୍ଷରେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ । ପରେ ୨୬ ତାରିଖରୁ ସ୍ବାଭାବିକ ଖୋଲିବ ସ୍କୁଲ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା