The Topmost

“The eyes believe themselves, the ears believe other people.”

ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

ଗିରଫ ହେଲେ ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଚାଲିଥିଲା ଛାନଭିନ୍ । ଇଡି ରେଡ୍ ବେଳେ ମିଳିଲା ନଗଦ ୨୦ କୋଟି ଟଙ୍କା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ବେଳେ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ତେବେ ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ଘରେ କାହିଁକି ଏତେ ଟଙ୍କା ରଖା ଯାଇଥିଲା, ଏ ନେଇ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ମିଳିନଥିବା ଇଡି ପକ୍ଷରୁ କୁହାଯାଇଛି ।