ପଶ୍ଚିମବଙ୍ଗରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ପ୍ରଥମ ଥର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ସକାଳୁ ଇଡି ଅଧିକାରୀ ମମତାଙ୍କ କ୍ୟାବିନେଟର ୨ଜଣ ମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି । ମହାନଗର ନିଗମ ଦୁର୍ନୀତିକୁ ନେଇ ଏହି ଚଢାଉ ଚାଲିଥିବା ସୂଚନା ମିଳିବା ପରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁଜିତ ବୋଷ ଓ ତାପସ ରୟଙ୍କ ବାସଭବନରେ ଇଡି ଅଧିକାରୀ ଛାନଭିନ କରିଛନ୍ତି । ଏହାଛଡା ଟିଏମସି ନେତା ସୁବୋଧ ଚକ୍ରବର୍ତିଙ୍କ ବାସଭବନରେ ମଧ୍ୟ ରେଡ ଚାଲିଛି । କିଛି ଦିନ ତଳେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହଜାହାଁ ସେଖଙ୍କ ବାସଭବନରେ ଚଢାଉ ପାଇଁ ପହଂଚିଥିଲେ ଇଡି ଅଧିକାରୀ । ସେହିସମୟରେ ନେତାଙ୍କ ସମର୍ଥକ ତଥା ଗ୍ରାମବାସୀ ଇଡି ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ତେଣୁ ଆଜି ଚଢାଉ ବେଳେ ସିଏପିଏଫ କର୍ମଚାରୀଙ୍କ ସୁରକ୍ଷାରେ ଚଢାଉ କରୁଛନ୍ତି ଇଡି ଅଧିକାରୀ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍