() ପଶୁ ମାନଙ୍କ ପାଇଁ ଲଞ୍ଚ୍ ହେଲା କରୋନା ବିରୋଧୀ ଟିକା । ହରିୟାଣା ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ ଇକ୍ୱିବନ୍ସ ତରଫରୁ ଏହି ଟିକା ପ୍ରସ୍ତୁତ କରାଯାଇଛି । ତେବେ ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ହୋଇଥିବାବେଳେ ଏହାର ନାମ ଅନୋକୋଭାକ୍ସ ରଖାଯାଇଛି । ତେବେ ଏହି ଟିକାର ସ୍ବତନ୍ତ୍ରତା ହେଉଛି ଏହା ଡେଲ୍ଟା ଓ ଓମିକ୍ରନ ଭାରିଆଣ୍ଟ ଉପରେ ବି ପ୍ରଭାବ ପକାଇବ । ତେବେ କେବଳ ଭାକ୍ସିନ ନୁହେଁ ପଶୁମାନଙ୍କ ପାଇଁ ଆଣ୍ଟିବଡି ଡିଟେକ୍ସନ କିଟ୍ ବି ପ୍ରସ୍ତୁତ କରାଯାଇଛି । କରୋନାର ଦ୍ୱିତୀୟ ଲହର ପଶୁମାନଙ୍କୁ ସଂକ୍ରମିତ କରିଥିଲା । ଏହା ସହ କିଛି ଚିଡିଆଖାନାରେ ବି କିଛି ପଶୁଙ୍କ ଠାରେ ଏହି କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ପଶୁମାନଙ୍କ ପାଇଁ ମଧ୍ୟ କରୋନା ବିରୋଧୀ ଟିକା ଲଞ୍ଚ କରାଯାଇଛି ।https://thetopmost.in/tag/female-lead-in-kgf/
More Stories
ବ୍ରେନ୍ ଷ୍ଟୋକ୍ କରାଉଛି ଏହି ସବୁ ଖାଦ୍ୟ
ଲାଜ ଛାଡି ତୁରନ୍ତ କରନ୍ତୁ ଉପଚାର, ନଚେତ୍ ହୋଇଯିବ ବିଳମ୍ବ
ଆୟୋଡିନ୍ ଅଭାବରୁ ହେଉଛି ଏହି ସବୁ ସମସ୍ୟା