The Topmost

“The eyes believe themselves, the ears believe other people.”

ପଦାରେ ପଡିଲା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନର ଦୃଶ୍ୟ

ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସରେ ଦେଖିବାକୁ ମିଳିଛି ହାଇଡ୍ରାମା । ପଦାରେ ପଡିଲା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନର ଦୃଶ୍ୟ । ପୂର୍ବତନ ରାଷ୍ଟ୍ରପତି ହୁ ଜିତାଓଙ୍କୁ ବୈଠକରୁ ଜୋର ଜବରଦସ୍ତ କଲେ ବିଦା । ତେବେ ବୈଠକରେ ଜିନପିଙ୍ଗଙ୍କୁ ତୃତୀୟ ଥର ରାଷ୍ଟ୍ରପତି କରିବା ନେଇ ନିଷ୍ପତ୍ତି ହୋଇଛି । ହେଲେ ବୈଠକରେ ଯେଉଁ ଡ୍ରାମା ଦେଖିବାକୁ ମିଳିଛି ତାହା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନକୁ ପଦାରେ ପକାଇଛି । ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିତାଓଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରିଦିଆଯାଇଥିବାର ଦେଖିବାକୁ ମିଳିଛି । ଯେତେବେଳେ ତାଙ୍କୁ ବୈଠକରୁ ବାହାର କରାଗଲା ଠିକ୍ ସେତିକି ବେଳେ ଚୀନର ଗ୍ରେଟ୍ ହଲରେ ସମାପନ ସମାରୋହ ଚାଲିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ତାଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କେବଳ ସେତିକି ନୁହେଁ ପାର୍ଟି କଂଗ୍ରେସ ପରେ ସି ଜିନପିଙ୍ଗଙ୍କ ଘୋର ବିରୋଧୀ କୁହାଯାଉଥିବା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ଦଳର କେନ୍ଦ୍ରୀୟ କମିଟିରୁ ବାହାର କରିଦିଆଯାଇଛି । ପାର୍ଟି କଂଗ୍ରେସରେ ନିଷ୍ପତ୍ତି ନିଆଯାଇଛି କି, ଚୀନର ପ୍ରଧାନମନ୍ତ୍ରୀ ଲି.କେକିଆଙ୍ଗଙ୍କୁ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ନେତୃତ୍ୱ ସେଣ୍ଟ୍ରାଲ କମିଟିରୁ ବାହାର କରିଦିଆଯିବ ।