The Topmost

“The eyes believe themselves, the ears believe other people.”

ପଞ୍ଜାବ ଅମୃତସରରେ ପୁଣି ବିସ୍ଫୋରଣ

ପଞ୍ଜାବ ଅମୃତସରରେ ପୁଣି ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ଗୋଲ୍ଡେନ ଟେମ୍ପୁଲ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା । ତେବେ ଗତ ୫ଦିନରେ ଏହା ତୃତୀୟ ଘଟଣା । ମାମଲାରେ ସମ୍ପୃକ୍ତି ସନ୍ଦେହରେ ଲୋକାଲ ଟେରର ନେଟଓ୍ବାର୍କ ସହ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବରେ ଶାନ୍ତି ଭଙ୍ଗ କରିବା ଓ ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ବିସ୍ଫୋରଣ କରାଯାଇଥିବା ପୋଲିସ କହିଛି । ବିସ୍ଫୋରଣ ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନଆଇଏ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।