The Topmost

“The eyes believe themselves, the ears believe other people.”

ପଞ୍ଜାବରେ ଆଜି ବି ବାତିଲ ଇଣ୍ଟରନେଟ ସେବା

କୁଆଡ଼େ ଗଲା ଖଲିସ୍ତାନୀ ନେତା ଅମୃତପାଲ ସିଂ । ସାରା ପଞ୍ଜାବରେ ଚାଲିଛି ଛାନବିନ ଓ ସର୍ଚ୍ଚ ଅପରେସନ । ସେପଟେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କାରେ ଆଜି ବି ବାତିଲ କରାଯାଇଛି ଇଣ୍ଟରନେଟ ଓ ଏସଏମଏସ ସେବା । 2G, 3G, 4G, 5G, ସିଡିଏମଏ, ଜିପିଆରଏ, ବ୍ୟାଙ୍କିଙ୍ଗ ଓ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ପ୍ରକାର ମୋବାଇଲ ସେବାକୁ ବାତିଲ କରିଦିଆଯାଇଛି । ଉଭୟ ପଞ୍ଜାବ ଓ ହିମାଚଳପ୍ରଦେଶରେ ନିରାପତ୍ତା କଡ଼ାକଡ଼ି କରାଯାଇଛି । ସେପଟେ ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ୍ କହିଛନ୍ତି ଏହି ସମସ୍ତ ଘଟଣା ପଛରେ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୪ ଜଣଙ୍କୁ ଗିରଫ କରାଗଲାଣି । ତେବେ ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ସମସ୍ତ ଚେଷ୍ଟା ଚାଲିଛି ।