କୋଲକାତାରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଏଥିରେ ଯୋଗଦେଇ ଓଡ଼ିଶା ଉଠାଇବ ତାର ନ୍ୟାର୍ଯ୍ୟ ଦାବି । ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯୋଗଦେବେ । କୋଇଲା ରୟାଲଟି, ଧାନମଣ୍ଡି, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ଓଡ଼ିଶା । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ରାଜ୍ୟ ସବୁବେଳେ ଗୁରୁତ୍ବ ଦେଉଛି । ହେଲେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରିଚାଲିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର କୋଇଲା ରୟାଲଟି ବଢାଉ ନାହିଁ । ବକେୟା ଅନୁଦାନଠାରୁ ଆରମ୍ଭ କରି ରାଜ୍ୟର ହକ୍ ପାଇଁ ଆଜି ଉଠିବ ଦାବି ।
More Stories
ମାସକରେ ଦୁଇଥର ବଢିଲା ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା
ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ ସ୍କୁଲ୍ ବନ୍ଦ
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ