The Topmost

“The eyes believe themselves, the ears believe other people.”

ନେପାଳରେ ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି

ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି । ନେପାଳରେ ପ୍ରକୃତିର ତାଣ୍ଡବ । ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି । ପୂର୍ବ ନେପାଳର ୫ ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ଏବେ ବି ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ ହୋଇପଡିଛି । କୋଶି ପ୍ରାନ୍ତର ତାପ୍ଲୋଜଙ୍ଗ, ପଞ୍ଚଥର, ସଂଖୁବାସଭା, ତେହରଥୁମ ଜିଲ୍ଲା ଅତିମାତ୍ରାରେ ପ୍ରଭାବିତ ହୋଇଛି । ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।