The Topmost

“The eyes believe themselves, the ears believe other people.”

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭ

ନୂଆ ସଂସଦ ଭବନରେ ନୂଆ ଅଶୋକ ସ୍ତମ୍ଭ । ଆଜି ଏହାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ଭର ଉଚ୍ଚତା ରହିଛି ୨୦ ଫୁଟ୍, ଓଜନ ୯୫୦୦ କେଜି । ଏହା କେବଳ ବ୍ରୋଞ୍ଚରେ ନିର୍ମାଣ କରାଯାଇଛି । ଏହାକୁ ୮ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି । ଏହାର ଉନ୍ମୋଚନ ପରେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ ସହ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସଂସଦ ଭବନ ପରିସରରେ ବିଶେଷ ପୂଜାପାଠର ଆୟୋଜନ ମଧ୍ୟ ହୋଇଥିଲା । ଏଥିରେ ମୋଦୀଙ୍କ ସହ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଉପସ୍ଥିତ ଥିଲେ । ତେବେ ଶୀତକାଳୀନ ଅଧିବେସନ ସୁଦ୍ଧା ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହେବ ବୋଲି ବିର୍ଲା କହିଥିଲେ ।