The Topmost

“The eyes believe themselves, the ears believe other people.”

ନୂଆ ସଂସଦରେ କର୍ମଚାରୀମାନଙ୍କୁ ନୂଆ ୟୁନିଫର୍ମ

ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବର ରହିଛି । ଗଣେଷ ପୂଜା ଦିନ ପ୍ରବେଶ ହେବ । ସେପ୍ଟେମ୍ବର ୧୮ରେ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ରହିଛି । ଏହି ଅଧିବେଶନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଏହି ଦିନ ପୁରୁଣା ସଂସଦ ଭବନର ସ୍ମୃତି ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି । ପୂଜା ପରେ ନୂଆ ସଂସଦ ଭବନରେ ପ୍ରବେଶ କରାଯିବ ଏବଂ ଉଭୟ ଗୃହର ମିଳିତ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ଆଜି ସଂସଦ ଗୃହର ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଡ୍ରେସ କୋଡ । ଚାମ୍ବର ଆଟେଡାଂଟଙ୍କ ସହ ସଂସଦର ଅଫିସରଙ୍କ ପାଇଁ ଏହି ୟୁନିଫର୍ମ ଜାରି ହୋଇଛି । ଗତକାଲି ଦୁଇ ଗୃହର ମାର୍ଶାଲ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଜାରି ହୋଇଥିଲା ୟୁନିଫର୍ମ । ନୂଆ ୟୁନିଫର୍ମରେ ଦୁଇ ଗୃହର ମାର୍ଶାଲଙ୍କ ପାଇଁ ମଣିପୁରୀ ପଗଡ଼ି ଏବଂ ଟେବୁଲ ଅଫିସ, ନୋଟିସ ଅଫିସ ଓ ସଂସଦୀୟ ରିପୋର୍ଟିଂ ବିଭାଗର ଅଧିକାରୀଙ୍କ ପାଇଁ ପଦ୍ମ ଛପା ଥିବା ସାର୍ଟ ରହିବ । ସମସ୍ତ ମହିଳା ଅଧିକାରୀଙ୍କୁ ନୂଆ ଡିଜାଇନ୍‌ର ଶାଢ଼ି ମିଳିବ । ସମସ୍ତ ୧୮ଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିକୁ ୟୁନିଫର୍ମ ପାଇଁ ନୂଆ ଡିଜାଇନ୍ ସୁପାରିସ କରିବାକୁ କୁହାଯାଇଥିଲା । ଏକ ବିଶେଷଜ୍ଞ କମିଟି ସେହି ପ୍ରସ୍ତାବଗୁଡ଼ିକରୁ ନୂଆ ୟୁନିଫର୍ମ ଚୂଡ଼ାନ୍ତ କରିଛି ।