ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ମଞ୍ଚେଶ୍ୱର ଘାଟ ପଟୁ ନିର୍ମାଣ ହେବ ଅସ୍ଥାୟୀ ରାସ୍ତା । ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର । ୧୫ ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହାସହ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି । ଆସନ୍ତା ଜାନୁଆରୀ ପହିଲାରୁ ଅସ୍ଥାୟୀ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ । ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦୀର୍ଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ