The Topmost

“The eyes believe themselves, the ears believe other people.”

ନୁହରେ ଆଜି ବି ବନ୍ଦ ଇଣ୍ଟରନେଟ ସେବା

ହରିୟାଣାରେ ସୁଧୁରୁନି ପରିସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ଥିତି ଉପରେ ପୋଲିସର ରହିଛି ତୀକ୍ଷ୍ଣ ନଜର । ଶାନ୍ତିରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ମୋବାଇଲ ସେବାକୁ ବନ୍ଦ ରଖାଯାଇଛି । ଗତ ୫ ତାରିଖରୁ ହିଂସାକୁ ଦୃଷ୍ଟିରେ ରଖି ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଗତକାଲି ବୁଲଡୋଜରରାଜ ଉପରେ ହାଇକୋର୍ଟ ରୋକ୍ ଲଗାଇଥିବାବେଳେ ବନ୍ଦ ରହିଛି ଭଙ୍ଗାରୁଜା । ପ୍ରାୟ ଚାରି ଦିନ ଧରି ହିଂସାକୁ କେନ୍ଦ୍ର କରି ନୁହରେ ବୁଲଡୋଜରରାଜ୍ ଯୋଗୁ ଶହ ଶହ ଘର ମାଟିରେ ମିଶିଛି । ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଗତକାଲି ସକାଳ ୯ଟାରୁ ୪ ଘଣ୍ଟା ଲାଗି କର୍ଫ୍ୟୁ ହଟାଯାଇଥିଲା । କର୍ଫ୍ୟୁ କୋହଳ ପରେ ଧୀରେଧୀରେ ଯାନବାହନ ଚଳାଚଳ ଆରମ୍ଭ କରିଛି । ବସ୍ ଯାତ୍ରା ବି ଆରମ୍ଭ ହୋଇଛି ।